ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ସୁବର୍ଣପୁର ଜିଲ୍ଲା ଆଧାରିତ ସୂଚନା

  1. ଜିଲ୍ଲାର ମୋଟ ଜନସଂଖ୍ୟା : ୬୫୨୧୦୭(୨୦୧୧ ଜନଗଣନା)
  2. ମୋଟ ଉପଖଣ୍ଡ : ୨
  3. ଜିଲ୍ଲା ସଦର ମହକୁମା ଡାକ୍ତରଖାନା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ସୁବର୍ଣପୁର |
  4. ଉପଖଣ୍ଡ ଚିକିତ୍ସାଳୟ : ୧(ବିରାମହାରାଜପୁର)
  5. ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା : ୫
  6. ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା : ୧୮
  7. ଅନ୍ୟାନ୍ୟ ଡାକ୍ତରଖାନା ସଂଖ୍ୟା : ୨
  8. ଉପକେନ୍ଦ୍ର ସଂଖ୍ୟା : ୮୯
  9. ଦୁରଭାଷ ଓ ଫାକ୍ସ ନଂ : ୦୬୬୫୪-୨୨୦୨୦୯/ol>

    ବର୍ତ୍ତମାନ ରହିଥିବା ଆନୁଷ୍ଠାନିକ ବ୍ୟବସ୍ଥା :

    ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ରାଜ୍ୟର ପଦ୍ଧତି ଅନୁସାରେ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଦେବା ,ସେମାନଙ୍କର ସ୍ୱାସ୍ଥ୍ୟରକ୍ଷା,ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟର ବିକାଶ ଲକ୍ଷ୍ୟ ଉପରେ ପର୍ଯ୍ୟବେସିତ । ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଧୁନିକ ଚିକିତ୍ସା ସେବା ଉପରେ ପର୍ଯ୍ୟବେସିତ ଯାହାକି ଉପକେନ୍ଦ୍ରଠାରୁ ଆରମ୍ଭ କରି ତୃତୀୟ ସ୍ତର ସ୍ୱାସ୍ଥ୍ୟ ସେବା ସଂସ୍ଥା ଅନୁଷ୍ଠାନମାନଙ୍କର ନେଟୱର୍କ (ଜାଲପରି) ପରିବ୍ୟାପ୍ତ । ସ୍ୱାସ୍ଥ୍ୟ ସେବାର ଏହି ବ୍ୟବସ୍ଥା ଏପରି ଆଦର୍ଶଗତ ହୋଇଛି ଯେ, ଯଦି ଠିକ ଭାବରେ ଯୋଜନା ମୁତାବକ ପରିଚାଳନା କରାଯାଏ,ତେବେ ଘରେ ଥିବା ଜଣେ ସାଧାରଣ ବ୍ୟକ୍ତିକୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ ।
    ଜିଲ୍ଲାପାଳଙ୍କ ସହ-ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପରିଚାଳନା ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଉନ୍ନତି ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସଫଳ ରୂପାୟନ ସଂପର୍କରେ ତଦାରଖ କରିଥାଏ । ଜିଲ୍ଲା ସଦର ମହକୁମାରେ ୧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୧ ଟି ଉପଖଣ୍ଡ ଚିକିତ୍ସାଳୟ, ବିରାମହାରାଜପୁର ୫ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୨ ଗୋଟି ଅନ୍ୟ ଡାକ୍ତରଖାନା ଏବଂ ୧୮ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାର ଅବଶ୍ୟକତାକୁ ପୂରଣ କରୁଛି ।

    ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟପୋଷଣ ଦିବସ (ମମତା ଦିବସ)

    ମମତା ଦିବସ(ଭି.ଏଚ.ଏନ.ଡି)କେବଳ ମିନି ଅଙ୍ଗନୱାଡି କେନ୍ଦ୍ରକୁ ଛାଡି ଦେଲେ ଜିଲ୍ଲାର ବ୍ଲକଗୁଡିକରେ ଥିବା ଅନ୍ୟ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ନିୟମିତ ଭାବରେ ଅନୁଷ୍ଟିତ ହୁଏ । ଏକ ନୂତନ ପ୍ରୟାସ ଆଇ.ୱାଇ.ସି.ଏଫ(ନବଜାତ ଶିଶୁ ଓ ପିଲାମାନଙ୍କୁ ସ୍ତନ୍ୟପାନ) ,ମମତା ଦିବସରେ ଆରମ୍ଭ ହୋଇଛି, ଯେଉଁଠାରେ କି ମା ମାନେ ଶିଶୁମାନଙ୍କୁ ଶୀଘ୍ର ସ୍ତନ୍ୟପାନ ସଂପର୍କରେ ପରାମର୍ଶ ଦିଆଯିବା ସହିତ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା କ୍ଷୀର ଖୁଆଇବା ଏବଂ ୬ ମାସ ପରେ ଅନ୍ୟ ଖାଦ୍ୟ ଯୋଗକାରୀ ଖୁଆଇବା ସଂପର୍କରେ ମଧ୍ୟ ପରାମର୍ଶ ଦିଆଯାଉଛି । ସହରାଞ୍ଚଳରେ ମଧ୍ୟ ସହରାଞ୍ଚଳ ସ୍ୱାସ୍ଥ୍ୟ ପୋଷଣ ଦିବସ (ୟୁ.ଏଚ.ଏନ.ଡି.) ନାମରେ ମମତା ଦିବସ ଅନୁଷ୍ଠିତ ହେଉଛି ।

    ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ (ଜେ.ଏସ.ଏସ.କେ

    ୭ ଗୋଟି ଅନୁଷ୍ଠାନ ସୁବର୍ଣପୁର ଜିଲ୍ଲାରେ ମାଗଣାରେ ଜନନୀ-ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସେବା ଯୋଗାଇ ଆସୁଛନ୍ତି । ନିୟମାବଳୀ ଅନୁସାରେ ଜନନୀ-ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ଏବଂ ଔଷଧ, ଏସବୁ ନିୟମିତ ଭାବେ ଚିହ୍ନଟକୃତ ଆନୁଷ୍ଠାନମାନଙ୍କୁ ସେମାନଙ୍କର ଦାବୀ ମୁତାବକ ଯୋଗାଇ ଦିଆଯାଉଛି । ପ୍ରସ୍ତାବିତ ରକ୍ତ ଭଣ୍ଡାରଗୁଡିକରେ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ଆକଳନ କରାଯାଇଛି ଏବଂ ଏହି ଭଳି ରକ୍ତ ଭଣ୍ଡାରସବୁ କାର୍ଯ୍ୟକାରୀ କରିବା ଓ ଉନ୍ନତିକରଣ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ।

    ନବ ଜାତ ଶିଶୁ ଯତ୍ନ କେନ୍ଦ୍ର(ଏନ.ବି.ସି.ସି)

    ସମସ୍ତ ଚିହ୍ନଟକୃତ ୦୯ ଗୋଟି ନବ ଜାତ ଶିଶୁ ଯତ୍ନ କେନ୍ଦ୍ର (ନ୍ୟୁ ବର୍ଣ୍ଣ କେୟାର ସେଣ୍ଟର) କୁ ଉଷ୍ମତା ବିକିରିତ ଯନ୍ତ୍ର (ରାଡିଆଣ୍ଟ ୱାର୍ମର) ଏବଂ ଆବଶ୍ୟକୀୟ ଅନ୍ୟ ଯନ୍ତ୍ରପାତି ଓ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦିଆଯାଇଛି । ନବଜାତ ଶିଶୁଙ୍କ ପାଇଁ ନ୍ୟୁ ବର୍ଣ୍ଣ ଷ୍ଟାବିଲାଇଜେସନ ୟୁନିଟ (ଏନ.ବି.ଏସ.ୟୁ) ବୀରମହରାଜପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଶିଶୁ ଯତ୍ନ ୟୁନିଟ (ଏସ.ଏନ.ସି.ୟୁ) କାର୍ଯ୍ୟକାରୀ ହେଉଛି ।

    ରୋଗୀ କଲ୍ୟାଣ ସମିତି (ଆର.କେ.ଏସ.)

    ଜିଲ୍ଲାରେ ୧୮ଟି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ନୂତନ) ଏବଂ ୧ ଗୋଟି ଆଞ୍ଚଳିକ ଡାକ୍ତରଖାନା, ୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର/ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ୧ ଗୋଟି ଉପଖଣ୍ଡ ଚିକିତ୍ସାଳୟ ଏବଂ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ପଞ୍ଜୀକୃତ ହୋଇଛି ।

    ଅଣ ବନ୍ଧିତ ପାଣ୍ଠି

    ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ,ଉପକେନ୍ଦ୍ରମାନଙ୍କୁ ଅଣ ବନ୍ଧିତ ପାଣ୍ଠି (ଅନଟାଏଡ ଫଣ୍ଡ) ଯୋଗାଇ ଦିଆଯାଇଛି ।

    ଆଶା

    ୫୯୭ ଜଣ ଆଶାଙ୍କୁ ୩ଟି ପର୍ଯ୍ୟାୟରେ ମୁତୟନ କରାଯାଇଛି । ସମସ୍ତଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ସ୍ଥଳେ ୫୯୩ଜଣଙ୍କୁ ସ୍ଵେଚ୍ଚାସେବୀ ସଂସ୍ଥା ଓ ସରକାରୀ-ବେସରକାରୀ ଭାଗୀଦାରୀ ବିଷୟାଗତ ପ୍ରଶିକ୍ଷଣ ଦିଆଯାଇଛି ।

    ଆଶାର ପ୍ରଧାନ କାର୍ଯ୍ୟ

    1. ମଂଜୁରୀ ପ୍ରାପ୍ତ ୫୯୭ ଜଣ ଆଶାଙ୍କ ମଧ୍ୟରୁ ସମସ୍ତ ୫୯୩ ଜଣ ଅବସ୍ଥାପିତ ଅଛନ୍ତି ।
    2. ସମସ୍ତ ଆଶାମାନଙ୍କ ବ୍ୟାଙ୍କ ଜମାଖାତା ଖୋଲିଯିବା ପରିପ୍ରେକ୍ଷୀରେ ବ୍ଳକ ସ୍ତରରେ ୫୯୩ ଜଣଙ୍କର ଜମାଖାତା ଖୋଲା ଯାଇଛି ।
    3. ୫୯୩ ଜଣଙ୍କୁ ଡ୍ରଗ୍ସ କିଟ (ଔଷଧଥାଇ ବ୍ୟାଗ) ଯୋଗାଇ ଦିଆଯାଇଛି ।
    4. ୫୯୩ ଜଣ ଆଶାଙ୍କୁ ଘରୋଇ ଭିତ୍ତିକ ଗର୍ଭ ପରୀକ୍ଷା ପାଇଁ “ନିଶ୍ଚୟ” କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଦିଆଯାଇଛି ।
    5. ୫୯୩ ଜଣ ଆଶାଙ୍କୁ ମ୍ୟାଲେରିଆ/ଏଫ.ଟି.ଡି (ଫାଷ୍ଟ ଟ୍ରାକ ଡାଇଗ୍ନୋଷ୍ଟିକ୍ସ) ପ୍ରଶିକ୍ଷଣ ଦିଆଯାଇଛି ।
    6. ୫୯୩ ଜଣ ଆଶାଙ୍କୁ ସଂଶୋଧିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଡଟସ ପ୍ରଦାନକାରୀ ଭାବେ ନିୟୋଜିତ କରାଯାଇଛି ।
    7. ୫୯୩ ଜଣ ଆଶାଙ୍କୁ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଛି ।
    8. ୫୯୩ ଜଣ ଆଶାଙ୍କୁ ଜାତୀୟ ଅନ୍ଧତ୍ଵ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
    9. ୫୯୩ ଜଣ ଆଶାଙ୍କୁ ୟୁନିଫର୍ମ ଯୋଗାଇ ଦିଆଯାଇଛି ।
    10. ୫୯୩ ଜଣ ଆଶା ପ୍ରତ୍ୟେକ ୩ୟ ଶନିବାରରେ ଆଶା ସେକ୍ଟର ବୈଠକରେ ଯୋଗଦାନ କରୁଛନ୍ତି ।
    11. ପ୍ରତ୍ୟେକ ମାସର ଶେଷ ସୋମବାରରେ ବ୍ଳକ ସ୍ତରରେ ଆଶା ଦିବସ ପାଳନ କରାଯାଉଛି ।
    12. ୫୬୩ ଜଣ ଆଶାଙ୍କୁ ସାଇକେଲ ଯୋଗାଇ ଦିଆଯାଇଛି ।
    13. ୫୯୩ ଜଣ ଆଶା ନିଜ ନିଜ ସ୍ତରରେ ଆଶା ଡାଏରୀ ଲେଖାର ପ୍ରତିପାଳନ କରୁଛନ୍ତି ।

    ଗାଁ କଲ୍ୟାଣ ସମିତି

    1. ଜିଲ୍ଲା ୱାରୀ ଗାଁ କଲ୍ୟାଣ ସମିତି ପ୍ରଚାର ଅଭିଯାନ ଶେଷ ହୋଇଛି ।
    2. ରାଜ୍ୟର ଲକ୍ଷ୍ୟଧାର୍ଯ୍ୟ ଥିବା ୭୮୭ ଟି ଗାଁ କଲ୍ୟାଣ ସମିତି ମଧ୍ୟରୁ ୭୮୭ ଟି ଗଠନ ହୋଇସାରିଛି ।
    3. ୭୮୭ ଟି ଗାଁ କଲ୍ୟାଣ ସମିତିମାନଙ୍କର ବ୍ୟାଙ୍କ ଜମାଖାତା ଖୋଲା ଯାଇଛି ।
    4. ପ୍ରତି ଗାଁ କଲ୍ୟାଣ ସମିତିମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଇଛି ।

    ମୁଖ୍ୟ କାର୍ଯ୍ୟ

    ଓଡିଶା ସରକାରୀ କାର୍ଯ୍ୟଧାରା ନିୟମରେ ନିର୍ଦ୍ଧାରିତ ଅନୁସାରେ ତଥା ସମୟାନୁସାରେ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ନିମ୍ନ ଲିଖିତ ସେବା ଗାଁ କଲ୍ୟାଣ ସମିତି ଦ୍ଵାରା କରାଯାଉଛି –

    1. ପ୍ରଜନନ ଏବଂ ଶିଶୁ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ
    2. ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ
    3. କୁଷ୍ଠରୋଗ ନିରାକରଣ
    4. ଅନ୍ଧତ୍ଵ ନିୟନ୍ତ୍ରଣ
    5. ମ୍ୟାଲେରିଆ/ଫାଇଲେରିଆ ନିୟନ୍ତ୍ରଣ
    6. ଆୟୋଡିନ ଅଭାବ ଜନିତ ରୋଗର ନିୟନ୍ତ୍ରଣ
    7. ପଞ୍ଚବ୍ୟାଧି ବ୍ୟବସ୍ଥା
    8. ସାର୍ବଜନୀନ ଟୀକାକାରଣ କାର୍ଯ୍ୟକ୍ରମ
    9. ଜନନୀ ସୁରକ୍ଷା
    10. ଔଷଧ ନିୟନ୍ତ୍ରଣ ପରିଚାଳନା
    11. ରୋଗ ନିରୂପଣ ବ୍ୟବସ୍ଥା

ନିଜ ଯୋଜନା ସମ୍ବନେ୍ଧ ଜାଣନ୍ତୁ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
୧) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କ’ଣ ?
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ରାଜ୍ୟ ସରକାରଙ୍କ ଏକ ଯୋଜନା । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସହ ସମାଜର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାର ମାନଙ୍କୁ ସ୍ୱାସ୍ଥ୍ୟ ସେବା ଜନୀତ ଖର୍ଚ୍ଚରୁ ମୁକ୍ତ ଦେବା ଏହାର ଉଦ୍ଦେଶ୍ୟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲକ୍ଷ ହାସଲ ସକାଶେ ଦୁଇଟି ଅଂଶ ଅଛି, ଯଥା :-
କ) ସାର୍ବଜନୀନ ଦେୟ ମୁକ୍ତ ସେବା (ଜାତି, ଆୟ, ବାସସ୍ଥାନ ନିର୍ବିଶେଷରେ) ଓଡିଶାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତଙ୍କ ସକାଶେ ଉପଲବ୍ଧ ।
ଖ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଉର୍ଦ୍ଧ ଚିକିତ୍ସାଳୟରେ ଓଡିଶାର ୭୦ ଲକ୍ଷରୁ ଉର୍ଦ୍ଧ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ପରିବାରର ମହିଳା ସଦସ୍ୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସେବା ପାଇପାରିବେ ।

୨) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗି କିଏ ଯୋଗ୍ୟ ?
କ) ଓଡିଶାର ସମସ୍ତ ଜନସାଧାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବା ସକାଶେ ଯୋଗ୍ୟ ।
ଖ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଉର୍ଦ୍ଧରେ ଥିବା ଚିକିତ୍ସାଳୟ ମାନଙ୍କରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଓ ମହିଳା ସଦସ୍ୟଙ୍କ ଲାଗି ୭ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ସକାଶେ ସମସ୍ତ ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବି.ପି.ଏଲ୍., ଅନ୍ତୋଦୟ ଅନ୍ନ ଯୋଜନା କାର୍ଡଧାରୀ ପରିବାର ତଥା ବାର୍ଷିକ ଗ୍ରାମାଚଂଳରେ ଟଙ୍କା ୫୦ ହଜାରରୁ କମ୍ ଓ ସହାରଚଂଳରେ ଟଙ୍କା ୬୦ ହାଜାରରୁ କମ୍ ଆୟକାରୀ ପରିବାର ଯୋଗ୍ୟ ।

୩) ଏହି ଯୋଜନାରେ ମିଳୁଥିବା ସୁବିଧା କ’ଣ ?
କ) ସମସ୍ତ ସ୍ୱାସ୍ଥ୍ୟ ସେବା ଦେୟ ମୁକ୍ତ ଯଥା ମାଗଣା େଓøଷଧ, ମାଗଣା ରୋଗ ନିରୂ ଣ, ଅସ୍ତ୍ରୋପଚାର କକ୍ଷ, ଆଇ.ସି.ୟୁ., ମାଗଣା ଆନ୍ତଃ ରୋଗୀ ସେବା ଇତ୍ୟାଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଚିକିତ୍ସାଳୟରେ ସମସ୍ତଙ୍କ ସକାଶେ ଉପଲବ୍ଧ ।
ଖ) ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବି.ପି.ଏଲ୍. ପରିବାର ଓ ଅନ୍ତୋଦୟ ଅନ୍ନ ଯୋଜନା କାର୍ଡଧାରୀ ପରିବାର ତଥା ବାର୍ଷିକ ଗ୍ରାମାଚଂଳରେ ଟଙ୍କା ୫୦ ହଜାରରୁ କମ୍ ଓ ସହାରଚଂଳରେ ଟଙ୍କା ୬୦ ହଜାରରୁ କମ୍ ଆୟକାରୀ ପରିବାର ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟ ସମେତ ପଞିକୃତ ୨୦୮ ବେସରକାରୀ ଚିକିତ୍ସାଳୟରେ ଦେୟମୁକ୍ତ ସେବା ପାଇପାରିବେ ।

୪) ହିତାଧିକାରୀ ମାନେ ମାଗଣା ଚିକିତ୍ସା ସେବା କେଉଁଠାରେ ପାଇପାରିବେ ?
କ) ସାର୍ବଜନୀନ ମାଗଣା ସ୍ୱାସ୍ଥ୍ୟ ସେବା ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଚିକିତ୍ସାଳୟରେ ଉପଲବ୍ଧ ।
ଖ) ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବି.ପି.ଏଲ୍. ପରିବାର, ଅନ୍ତୋଦୟ ଅନ୍ନ ଯୋଜନା କାର୍ଡଧାରୀ ପରିବାର ତଥା ସ୍ୱଳ୍ପ ଆୟ ପ୍ରମାଣଧାରୀ ପରିବାର ଅତିରିକ୍ତ ଚିକିତ୍ସା ସେବା ଜିଲ୍ଲା ଚିକିତ୍ସାଳୟ ଠାରୁ ଉର୍ଦ୍ଧରେ ଥିବା ସମସ୍ତ ସରକାରୀ ଚିକିତ୍ସାଳୟ ଓ ପଞିକୃତ ୨୦୮ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା ସହାୟତା ପାଇପାରିବେ ।

୫) ଏହି ଯୋଜନାରେ ପଞ୍ଜିକରଣ ବ୍ୟବସ୍ଥା ଅଛି କି ?
ବିଜୁ କୃଷକ କଲ୍ୟାଣ ଯୋଜନା (୧ ଏବଂ ୨ ଧାରା) ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବି.ପି.ଏଲ୍. ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଡଧାରୀ ପରିବାର ଏହି ଯୋଜନାରେ ସ୍ୱତଃ ଭାବେ ଅର୍ନ୍ତଭୂକ୍ତ । ସ୍ୱଳ୍ପ ଆୟକାରୀ ପରିବାର ଆୟ ପ୍ରମାଣ ପତ୍ର ଦାଖଲ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଚିକିତ୍ସା ସହାୟତା ପାଇପାରିବେ ।

୬) ବାର୍ଷିକ ପରିବାର ପିଛା ୫ ଲକ୍ଷ ଓ ପରିବାରର ମହିଳାଙ୍କ ସକାଶେ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଲାଗି କୋ÷ଣସି ପ୍ରମାଣ ପତ୍ର ଆବଶ୍ୟକ ପଡେ କି ?
ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ପାଇବା ସକାଶେ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ, ବି.ପି.ଏଲ୍ କାର୍ଡ, ଅନ୍ତୋଦୟ ଅନ୍ନ ଯୋଜନା କାର୍ଡ ସ୍ୱୀକୃତି ପ୍ରାପ୍ତ ଚିକିତ୍ସାଳୟରେ ଦାଖଲ କରିବା ଆବଶ୍ୟକ । ସ୍ୱଳ୍ପ ଆୟ ବର୍ଗର ହିତାଧିକାରୀ ପ୍ରାଧିକୃତ ଅଧିକାରୀଙ୍କ ଠାରୁ ପ୍ରାପ୍ତ ଅବଧି ଥିବା ଆୟ ପ୍ରମାଣ ପତ୍ର (ଗ୍ରାମାଚଂଳରେ ବାର୍ଷିକ ଟଙ୍କା ୫୦ ହଜାରରୁ କମ୍ ଓ ସହାରଚଂଳ ରେ ଟଙ୍କା ୬୦ ହାଜାରରୁ କମ୍) ସ୍ୱୀକୃତି ପ୍ରାପ୍ତ ଚିକିତ୍ସାଳୟରେ ଦାଖଲ କରିବା ଆବଶ୍ୟକ ।

୭) ପଞ୍ଜିକୃତ ଚିକିତ୍ସାଳୟରେ କିଏ ସହଯୋଗ କରିବେ ?
ପ୍ରତ୍ୟେକ ପଞ୍ଜିକୃତ ଚିକିତ୍ସାଳୟର ସହାୟତା କେନ୍ଦ୍ରରେ ନିୟୋଜିତ ଥିବା ସ୍ୱାସ୍ଥ୍ୟ ମିତ୍ର ପରିବାରକୁ ଚିକିତ୍ସା ପାଇବା ଲାଗି ସଂପୂର୍ଣ ସହଯୋଗ ପ୍ରଦାନ କରିବେ ।

୮) ଏହି ଯୋଜନାର ଦେୟମୁକ୍ତ ଯୋଗାଯୋଗ ବ୍ୟବସ୍ଥା ଅଛି କି ?
ଯୋଜନା ସମ୍ବନ୍ଧୀୟ ସବିଶେଷ ତଥ୍ୟ ତଥା ଅଭିଯୋଗ ଲାଗି ଦେୟମୁକ୍ତ ଯୋଗାଯୋଗ ନଂ. ୧୫୫୩୬୯ ରେ ଯେକୋ÷ଣସି ବ୍ୟକ୍ତି ସକାଳ ୬ ରୁ ରାତି ୧୦ ପର୍ଯ୍ୟନ୍ତ ସଂପର୍କ କରି ।ରିବେ । ଏହା ବ୍ୟତିତ ଯୋଜନାର ପଞିକୃତ ଚିକିତ୍ସାଳୟ ସଂପର୍କିତ ତଥ୍ୟ health.odisha.gov.in ଏବଂ nrhmorissa.gov.in ୱେବସାଇଟ୍ରେ ଉପଲବ୍ଧ ।

 

ପଞିକୃତ ଚିକିତ୍ସାଳୟ ର ତାଲୀକା