ପଞ୍ଚରଥ ମନ୍ଦିର
ସୋନପୁର ସହରରେ ରାଜ୍ୟର ଅନ୍ଯତମ ପ୍ରସିଦ୍ଧ ତଥା ଆକର୍ଷଣୀୟ ଶୈବ ପୀଠ ପଞ୍ଚରଥ ମନ୍ଦିର । ପରସ୍ପର ସଂଲଗ୍ନ ପାଞ୍ଚଗୋଟି ଦେଉଳ ରଥାକୃତି ଶୈଳୀରେ ନିର୍ମିତ ହୋଇଥିବାରୁ ଏହାର ନାମ ପଞ୍ଚରଥ ମନ୍ଦିର । ସୋନପୁର ଯୁବରାଜ ସୋମଭୂଷଣଙ୍କ ଅକାଳ ବିୟୋଗରେ ବ୍ୟଥିତ ହୋଇ ରାଜା ବି.ଏମ.ସିଂହଦେଓ ତାଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏହି ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରଟି ପ୍ରାଚୀନ କରୁକାର୍ଜ୍ୟରେ ପୂର୍ଣ । ଏଠିକାର ପାଞ୍ଚଗୋଟି ଗର୍ଭ ଗୃହରେ କଳା ମୁଗୁନି ପଥରରେ ଶିବ, ପାର୍ବତୀ,ଗଣେଶ,କାର୍ତିକେୟ ଓ ବୃଷଭ ବିଗ୍ରହ ପୂଜା ପାଇ ଆସୁଛନ୍ତି ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର ।
ରେଳଗାଡ଼ିରେ
ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।
ସଡ଼କ ପଥରେ
ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।