ପାତାଳୀ ଶ୍ରୀକ୍ଷେତ୍ର
ସୁବର୍ଣପୁର ସହର ଠାରୁ ୨୩ କିମି ଦୂରରେ ରହିଛି ଜିଲ୍ଲାର ପ୍ରମୁଖ ପୀଠ ତଥା ଜଗନ୍ନାଥ ସଂସ୍କୃତିର ଅନ୍ୟତମ ଆଲୋଚିତ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର । ମାଦଳା ପାଞ୍ଜିରେ ବରଣିତ ଅଛି, ଶୋଭବ ଦେବଙ୍କ ୨ୟ ଅଙ୍କରେ ରକ୍ତବାହୁର ଆକ୍ରମଣ ସମୟରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ତତ୍କାଳୀନ ସୋନପୁର ରାଜ୍ୟର କୋଟସମଲାଇ ଗିରି କନ୍ଦରରେ ଦୀର୍ଘ ୧୪୪ ବର୍ଷ ଲୁଚାଇ ରକ୍ଷା ଯାଇଥିଲା । ପରବର୍ତୀ ସମୟରେ ମହାରାଜା ଯଜତିକେଶରୀ ଆନୁସନ୍ଧାନ କରି ଗୁମ୍ଫା ଖନନ ପୂର୍ବକ ଦିବ୍ୟ ବ୍ରହ୍ମ ପିଣ୍ଡଙ୍କୁ ଉଦ୍ଧାର କରି ନୂତନ ବିଗ୍ରହ ନିର୍ମାଣ କରି ଶ୍ରୀକ୍ଷେତ୍ର ପୁରୀ ରେ ପୁନଃ ପ୍ରତିଷ୍ଠା କରାଇ ଥିଲେ । ପ୍ରଭୁ ଏଠାରୁ ଗଲେ ମଧ୍ୟ ଏ ପୀଠ ଶ୍ରୀହୀନ ହୋଇନାହି । ଶ୍ରଦ୍ଧାଳୁମାନେ ଏଠାରେ ତାଙ୍କ ଉପସ୍ଥିତି କୁ ଉପଲବ୍ଧି କରିଛନ୍ତି । ଘଞ୍ଚ ଜଙ୍ଗଲ ଭିତରେ ଗିରି କନ୍ଦରରେ ଶ୍ରୀମନ୍ଦିର ରତ୍ନ ସିଂହାସନ ର ସୁଗନ୍ଧ ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏହି ପୀଠ କୁ ପାତାଳୀ ଶ୍ରୀକ୍ଷେତ୍ର ର ମାନ୍ୟତା ବହୁ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପୀଠରେ ଚତୁର୍ଦ୍ଧା ମୂର୍ତି କରାଯାଇଛି । ପୁରୀ ମନ୍ଦିର ପରି ଏଠାରେ ମଧ୍ୟ ପ୍ରଭୁଙ୍କ ସବୁ ରୀତିନୀତି ପ୍ରତ୍ୟହ କରାଯାଏ । ଏଠାକୁ ବହୁ ଭକ୍ତ ତଥା ପର୍ଯ୍ୟଟକ ଆସିଥାନ୍ତି ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର ।
ରେଳଗାଡ଼ିରେ
ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।
ସଡ଼କ ପଥରେ
ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।