ଭୀମ ଭୋଇ ସମାଧି ପୀଠ
ସୁବର୍ଣପୁର ଠାରୁ ୨୨ କିମି ଦୂର ଖଲିଆପାଲିରେ ରହିଛି ବିଶ୍ଵବିଦିତ ସନ୍ଥକବି ଭୀମଭୋଇଙ୍କ ସମାଧିପିଠ । ଏତହରେ ଭୀମଭୋଇ ୧୮୭୬ ମସିହାରେ ଆଶ୍ରମ ସ୍ଥାପନ କରି ହଜାର ହଜାର ଭକ୍ତଙ୍କୁ ମହିମା ଧର୍ମରେ ଦୀକ୍ଷିତ କରିଥିଲେ । ଏପରିକି ବହୁ ଜ୍ଞାନୀ,ଗୁନି ବ୍ୟକ୍ତି ଆସି ଖଲିଆପାଲି ଆଶ୍ରମରେ ରହିଲେ । ଦିନ ରାତି ଧର୍ମଚର୍ଚା ହେଲା । ପୋଥି ପରେ ପୋଥି ଲେଖାହେଲା । ଭୀମଭୋଇ ଏକାଧାରରେ କବି, ସନ୍ଥ ଓ ସମାଜ ସଂସ୍କାରକ ଥିଲେ । ସେହି ଯୁଗଜନ୍ମା ମହାପୁରୁଷଙ୍କ ୧୮୯୫ ମସିହାରେ ଦେହାବସାନ ହୋଇଥିଲା । ସେଇଠି ଆଶ୍ରମ ପାର୍ଶ୍ଵରେ ତାଙ୍କୁ ସମାଧି ଦିଅ ଯାଇଥିଲା । ଯାହାକି ସମାଧିପୀଠ ଭାବେ ପରିଚିତ । କିଛି ବର୍ଷ ପୂର୍ବରୁ ତତ୍କାଳୀନ ଜିଲ୍ଲାପାଳ ବିଷ୍ଣୁପାଦ ସେଠୀଙ୍କ ସମୟରେ ଏହି ପୀଠର ସର୍ବାଙ୍ଗୀନ ବିକାଶ ହୋଇଥିଲା । ସଂପ୍ରତି ଏହି ପୀଠଟି ଏକ ଆକର୍ଷଣୀୟ କେନ୍ଦ୍ର ପାଲଟିଛି । ବର୍ଷର ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ,ସନ୍ଥ, ଗବେଷକ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର ।
ରେଳଗାଡ଼ିରେ
ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।
ସଡ଼କ ପଥରେ
ଏନଏଚ ୫୫ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।