ରାମେଶ୍ଵର ମନ୍ଦିର
ସୁବର୍ଣପୁର ଅଷ୍ଟଶମ୍ଭୁଙ୍କ ମଧ୍ୟରେ ରାମେଶ୍ଵର ମନ୍ଦିର ସର୍ବପ୍ରାଚୀନ । ସୋନପୁର ସହରର ପୂର୍ବ ଦିଗରେ ମହାନଦୀ ଓ ତେଲନଦୀର ମନୋରମ ସଙ୍ଗମସ୍ଥଳରେ ଏହା ଅବସ୍ଥିତ । କୁହାଯାଏ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜଯ ପୂର୍ବରୁ ଏଠାରେ ରାମେଶ୍ଵର ଶିବଙ୍କୁ ଏଠାରେ ପ୍ରତିଷ୍ଠା କରି ସେତୁବନ୍ଧ ନିର୍ମାଣ କରିଥିଲେ । ମନ୍ଦିର ପାର୍ଶ୍ଵରେ କାଳେଶ୍ଵର ଟାଙ୍ଗର ନାମକ ଏକ ବିଶାଳ ଚଟାଣ ବିଦ୍ୟମାନ । ଏହି ଚଟାଣରେ ଭୀମଙ୍କ ପାଦଚିହ୍ନ ଥିବା ଦେଖାଯାଏ । ବର୍ଷର ବିଭିନ୍ନ ଋତୁରେ ଏଠାରେ ମହାନଦୀ ଓ ତେଳନଦୀର ଦୃଶ୍ୟ ଅତ୍ୟନ୍ତ ଅକର୍ଷନୀୟ ଦେଖାଯାଏ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର ।
ରେଳଗାଡ଼ିରେ
ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।
ସଡ଼କ ପଥରେ
ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।