ଲଙ୍କେଶ୍ଵରୀ ମନ୍ଦିର
ମହାନଦୀ ଗର୍ଭସ୍ଥ ଗଣ୍ଡ ନିକଟରେ ଏକ ବିଶାଳକାୟ ପ୍ରସ୍ତର ଉପରେ ଦେବୀ ଲଙ୍କେଶ୍ଵରୀ ବିରାଜିତା । ଐତିହାସିକ ମାନଙ୍କ ମତରେ ସୁବର୍ଣପୁର ରାମାୟଣର (ଲଙ୍କା) ଥିଲା ଏବଂ ଲଙ୍କେଶ୍ଵରୀ ଦେବୀ (ଲଙ୍କାଗଡର) ଅଧିଷ୍ଠାତ୍ରୀ ଦେବୀ ଥିଲେ । ଗତ କିଛି ବର୍ଷ ପୂର୍ବରୁ କଇବର୍ତ ସମାଜର ଉଦ୍ୟମରେ ଏଠାରେ ଏକ ଭବ୍ୟ ଆକର୍ଷଣୀୟ ମନ୍ଦିର ନିର୍ମାଣ କରାଯାଇ କଳମୁଗୁନି ପଥରରେ ନିର୍ମିତ ଦେବୀଙ୍କ ପ୍ରତିମା ସ୍ଥାପନ କରାଯାଇଛି । ସେହିଦିନ ଠାରୁ ଦେବୀ ଉଭୟ ପ୍ରସ୍ତର ଉପରେ ଏବଂ ମନ୍ଦିରରେ ପୂଜିତ ହେଉଛନ୍ତି । ପ୍ରତିବର୍ଷ ଚୈତ୍ର ମାସରେ କଇବର୍ତ ସମାଜ ପକ୍ଷରୁ ଚୈତ୍ର ପର୍ବ ପାଳନ କରାଯାଏ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର ।
ରେଳଗାଡ଼ିରେ
ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।
ସଡ଼କ ପଥରେ
ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।